ସୌର ଜଗତଗ କଣ ? What is our solar system in odia

ଆମର ସୌର ଜଗତ କଣ ?What is our solar system in odia.



The solar system:



ସୌର ଜଗତଗ କଣ ? What is our solar system in odia



ସୂର୍ଯ୍ୟ ଓ ତାରା ଚାରିପଟେ ଘୂରୁଥିବା କେତେକ ମହାକାଶୀୟ ବସ୍ତୁ ମାନଙ୍କୁ ନେଇ ଆମ ସୌର ଜଗତଗ ଗଠିତ। ଏ ଯାବତ୍ ଏହି ବସ୍ତୁ ମାନଙ୍କ  ମଧ୍ୟରୁ ୮ ଟି ଗ୍ରହ (planet), ସେମାନଙ୍କର ଉପଗ୍ରହ (satellite), ଗ୍ରହାଣୁପୁଞ୍ଜ,ଧୂମକେତୁ (Comet), ଉଲ୍‌କା (meteor) ଇତ୍ୟାଦି ଆବିଷ୍କୃତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଆମେ ବସବାସ କରୁଥିବା ପୃଥିବୀ ଅନ୍ୟତମ ଗ୍ରହ । ସୂର୍ଯ୍ୟ ଚାରିପଟେ ଯେଉଁ ସମସ୍ତ ସ୍ଥାନରେ ଏହାର ମହାକର୍ଷଣ ବଳ କାର୍ଯ୍ୟକାରୀ ହୁଏ, ସେ ସମସ୍ତ ସ୍ଥାନ ସୌର ଜଗତର ଅନ୍ତର୍ଗତ । ଏହି ମହାକର୍ଷଣ ବଳ ପ୍ରଭାବରେ ସୌର ଜଗତରେ ଥିବା ମହାକାଶୀୟ ବସ୍ତୁଗୁଡ଼ିକସୂର୍ଯ୍ୟ ଚାରିପଟେ ପରିକ୍ରମଣ କରନ୍ତି । 



Do you know ?

2006 ମସିହା ପର୍ଯ୍ୟନ୍ତ ଆମେ ପଡୁଥିଲେ ସୌର ଜଗତର ଗ୍ରହ ସଂଖ୍ୟା ନଅଟି । ପ୍ଲୁଟୋ ସୌର ଜଗତ ର ଦୁରତମ୍ ତଥା ନବ ଗ୍ରହ ରୂପେ ପରିଗଣିତ ହେଉଥିଲା। ମାତ୍ର 2006 ମସିହା ଅଗଷ୍ଟ ମାସ 24 ତାରିଖ ରେ ପ୍ରେଗ୍ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନୀ ସଂଘ ( international Astronomical union ବା IAU) ର ସମ୍ମିଳନୀରେ ପ୍ରଣୀତ ମାନଦଣ୍ଡ ଅନୁସାରେ ପ୍ଲୁଟୋ କୁ ସୌର ଜଗତର ଗ୍ରହ ତାଲିକା ରୁ ବାଦ୍ ଦିଆ ଯାଇଛି ।



ସୂର୍ଯ୍ୟ (The sun):


Sun


ଆମ ନିକଟରେ ଥିବା ସୌର ଜଗତର ଏକମାତ୍ର ତାରକା ହେଉଛି ସୂର୍ଯ୍ୟ । ବସ୍ତୁତ୍ଵ, ଉଜ୍ଜଳତା, ତାପମାତ୍ରା ତଥା ଆକାର ଦୃଷ୍ଟିରୁ ଏହା ଏକ ସାଧାରଣ ତାରକା । ସୂର୍ଯ୍ୟର ବ୍ୟାସ ପ୍ରାୟ 1.392x106 କି.ମି । ଏହା ପୃଥିବୀ ବ୍ୟାସର ପ୍ରାୟ 109 ଗୁଣ । ଏହାର ବସ୍ତୁତ୍ଵ ପ୍ରାୟ 2×1030 କି.ଗ୍ରା । ଏହା ପୃଥିବୀର ବସ୍ତୁତ୍ଵର ପ୍ରାୟ ତିନି ଲକ୍ଷ ଗୁଣ । ସୂର୍ଯ୍ୟ ତାର ପରିବାରକୁ ନେଇ ଆକାଶଗଙ୍ଗା (Milkyway) ଗ୍ୟାଲାକ୍ସିର କେନ୍ଦ୍ର ଚାରିପଟେ ପରିକ୍ରମଣ କରୁଛି। ଏହା ସହିତ ସୂର୍ଯ୍ୟ ନିଜ ଅକ୍ଷ ଚତୁର୍ଦ୍ଦିଗରେ ପ୍ରାୟ 25 ଦିନରେ ଥରେ ଆବର୍ତ୍ତନ କରେ । ଏହାର ମୁଖ୍ୟ ଉପାଦାନ ହେଉଛି ହାଇଡ୍ରୋଜେନ୍(hydrogen) ଓ ହିଲିୟମ୍(Helium) । ଏତଦ୍ ବ୍ୟତୀତ ଏଠାରେ ପ୍ରାୟ 6ଟି ଅନ୍ୟାନ୍ୟ ମୌଳିକ ରହିଥିବା ଜଣାଯାଇଛି । ଏହାର ବାହ୍ୟସ୍ତରର ତାପମାତ୍ରା ପ୍ରାୟ 6000°C ହୋଇଥିବାବେଳେ କେନ୍ଦ୍ରସ୍ଥଳର ତାପମାତ୍ରା ପ୍ରାୟ  2 କୋଟି ଡ଼ିଗ୍ରୀ ସେଲସିୟସରୁ ବେଶୀ । ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ ପୃଥିବୀରେ ମିଳୁଥିବା ସକଳ ଶକ୍ତିର ଆଧାର ହେଉଛି ସୂର୍ଯ୍ୟ ।


ଗ୍ରହ (planets):




ଗ୍ରହ (planets)



ସୂର୍ଯ୍ୟର ମହାକର୍ଷଣ ପ୍ରଭାବରେ ଆଠଟି ଗ୍ରହ ସୂର୍ଯ୍ୟ ଠାରୁ ଭିନ୍ନ ଭିନ୍ନ ଦୁରତାରେ ଥିବା ନିର୍ଦ୍ଧିଷ୍ଟ କକ୍ଷ (orbit)ରେ ଏହାକୁ ପରିକ୍ରମଣ କରୁଅଛନ୍ତି। ସୂର୍ଯ୍ୟ ଠାରୁ ଦୂରତା ଅନୁସାରେ ଏମାନଙ୍କ ନାମ ହେଲା- 1.  ବୁଧ (mercury), 2.  ଶୁକ୍ର ( Venus), 3.ପୃଥିବୀ (Earth)

4.ମଙ୍ଗଳ (Mars), 5. ବୃହସ୍ପତି (Jupiter), 6. ଶନି (Saturn)




What is a science? Its defination in odia,science odia,science kahaku kuhajae,bigyan kan,what is a science,what is a definition of science,science.

ବିଜ୍ଞାନ କାହାକୁ କୁହାଯାଏ? ଏହାର ସଂଜ୍ଞା କଣ ?


7. ୟୁରେନସ୍ (Uranus) ଓ 8. ନେପ୍ରଝୁନ (Neptune) ।

ଗ୍ରହମାନଙ୍କୁ ରାତି ଆକାଶରେ ଆମେ ସହଜରେ ବାରି ପାରିବା । ପ୍ରଥମତଃ ସେମାନେ ଦପ୍ ଦପ୍ ନକରି ସ୍ଥିର ଆଲୋକ ଦିଅନ୍ତି । ଦ୍ବିତୀୟତଃ ତାରାମାନଙ୍କ ତୁଳନାରେ ପ୍ରତିଦିନ ସେମାନେ ନିଜର ଅବସ୍ଥାରେ ପରିବର୍ତ୍ତନ କରନ୍ତି ।

ଗ୍ରହଗୁଡ଼ିକ ଦେଖିବାକୁ ପ୍ରାୟ ଗୋଲକାକୃତି (spherical) । ଏମାନଙ୍କ କକ୍ଷଗୁଡ଼ିକ ଅଣ୍ଡାକୃତି (eliptical) । କକ୍ଷପଥରେ ଥରେ ପରିକ୍ରମଣ କରିବା ପାଇଁ ଯେଉଁ ସମୟ ଲାଗେ, ତାକୁ ଗ୍ରହର ପରିକ୍ରମଣ କାଳ (period of revolution) କୁହାଯାଏ । ପୃଥିବୀର ପରିକ୍ରମଣ କାଳ ପ୍ରାୟ 365 ଦିନ 6 ଘଣ୍ଟା ବା ଏକବର୍ଷ । ଜଣାଯାଇଛି ଯେ ସୂର୍ଯ୍ୟଠାରୁ ଗ୍ରହମାନଙ୍କର ଦୂରତା ବୃଦ୍ଧି ସହିତ ସେମାନଙ୍କର ପରିକ୍ରମଣ କାଳ ମଧ୍ୟ ବୃଦ୍ଧି ପାଏ । ଆଠଟି ଯାକ ଗ୍ରହ ପ୍ରାୟ ଗୋଟିଏ ସମତଳରେ ସୂର୍ଯ୍ୟକୁ ପରିକ୍ରମା କରୁଅଛନ୍ତି । ପରି କ୍ରମଣ କରିବା ସହିତ ଏମାନେ ମଧ୍ୟ ନିଜ ଅକ୍ଷଚାରିପଟେ ନଟୁପରି ଘୂରନ୍ତି । ଏହି ଘୂର୍ଶନକୁ ଆବର୍ତ୍ତନ (rotation) କୁହାଯାଏ । ଗ୍ରହର ଥରେ  ଆବର୍ତ୍ତନ ପାଇଁ ଲାଗୁଥିବା ସମୟକୁ ତାର ଆବର୍ତ୍ତ କାଳ ବା ଆବର୍ତ୍ତନ କାଳ (period of rotation) କହନ୍ତି । ପୃଥିବୀର ଆବର୍ତ୍ତନକାଳ ପ୍ରାୟ 23 ଘଣ୍ଟ। 56 ମିନିଟ୍, ବା ଏକ ଦିନ ।ଜ୍ୟୋତିର୍ବିଜ୍ଞାନୀମାନଙ୍କ ମତରେ ଶୁକ୍ର ଓ ୟୁରେନସ୍ ପୂର୍ବରୁ  ପଶ୍ଚିମକୁ  ଆବର୍ତ୍ତନ  କରୁଥିବାବେଳେ ଅନ୍ୟ ଗ୍ରହମାନେ ପଶ୍ଚିମରୁ ପୂର୍ବକୁ ଆବର୍ତ୍ତନ କରନ୍ତି । କେତେକ ଗ୍ରହମାନଙ୍କର ଉପଗ୍ରହ (satelite) ଥିବା ଜଣାଯାଉଛି । ଗ୍ରହମାନେ ଯେପରି ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରନ୍ତି, ଉପଗ୍ରହ ମାନେ ସେହିପରି ଗ୍ରହ ଚାରିପଟେ ପରିକ୍ରମଣ କରନ୍ତି । ଆମ ଗ୍ରହ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର । ଆସ, ଗ୍ରହମାନଙ୍କ ବିଷୟରେ କିଛି ଅଧିକ

ଜାଣିବା ।




ବୁଧ;

ଦୂରତା ଅନୁସାରେ ବୁଧ ସୂର୍ଯ୍ୟର ନିକଟତମ ଗ୍ରହ । ଆୟତନ ଅନୁସାରେ ଏହା ସୌର ଜଗତର କ୍ଷୁଦ୍ରତମ ଗ୍ରହ । ସୂର୍ଯ୍ୟର ଅତି ନିକଟରେ ଥିବାରୁ ଏହାର ପରିକ୍ରମଣ ବେଗ ବହୁତ ବେଶୀ । ନଚେତ୍ ଏହା ସୂର୍ଯ୍ୟ ଆଡ଼କୁ ଆକର୍ଷିତ ହୋଇ ତା’ ସହିତ ମିଶିଯାଇ ଥାଆନ୍ତା । ଏହାର ପରିକ୍ରମଣ କାଳ ପ୍ରାୟ 58 ଦିନ ଏବଂ ଆବର୍ତ୍ତନକାଳ ପ୍ରାୟ 59 ଦିନ । ବୁଧର ବାୟୁମଣ୍ଡଳ ପ୍ରାୟ ନାହିଁ କହିଲେ ବି ଚଳିବ । ଦେଖାଯାଇଛି ଯେ ଏହାର ପୃଷ୍ଠଦେଶ ବନ୍ଧୁର ଏବଂ ଖାଲଖମାରେ ପରିପୂର୍ଣ୍ଣ । ସୂର୍ଯ୍ୟର ପାଖାପାଖି ଥିବାରୁ ଏହାକୁ ସହଜରେ ଦେହୁଏ ନାହିଁ । ଚେଷ୍ଟାକଲେ ତୁମେ ଏହାକୁ ସୂର୍ଯ୍ୟୋଦୟର ଅଳ୍ପ ସମୟ ଆଗରୁ ଓ ସୂର୍ଯ୍ୟାସ୍ତର ଅଳ୍ପ ସମୟ ପରେ କିଛି ସମୟ ପାଇଁ ଦେଖିପାରିବ ।


ଶୁକ୍ର :

ଏହା ପୃଥିବୀର ନିକଟତମ ଗ୍ରହ । ଏହାର ପୃଷ୍ଠ ମଧ୍ୟ ପଥୁରିଆ । କିନ୍ତୁ ଏହାକୁ ଘେରି ରହିଛି ଏକ ବହଳିଆ ଓ ଇଷତ୍ ହଳଦିଆ ବାୟୁମଣ୍ଡଳ । ଏହା ମୁଖ୍ୟତଃ କାର୍ବନ୍ଡ଼ାଇଅକ୍ସାଇଡ଼୍ (ପ୍ରାୟ 96%), ସଲଫ୍ୟୁରିକ୍‌ ଏସିଡ଼ ଓ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଇତ୍ୟାଦି ବିଷାକ୍ତ ଗ୍ୟାରେ ଭର୍ତ୍ତି ।ତେଣୁ ଶୁକ୍ରରେ ଜୀବନ ସମ୍ଭବ ହୋଇପାରି ନାହିଁ । ବହଳିଆ ବାୟୁମଣ୍ଡଳ ଯୋଗୁଁ ଏହାର ଦିବାସମୟର ତାପମାତ୍ରା ପ୍ରାୟ 480°c ଓ ଏହା ଜଳଶୂନ୍ୟ । ଶୁକ୍ରରେ ପଡୁଥିବା ସୂର୍ଯ୍ୟାଲୋକର ପ୍ରାୟ 85% ଏହାର ବାୟୁମଣ୍ଡଳରୁ ପ୍ରତିଫଳିତ ହୁଏ । ତେଣୁ ପୃଥିବୀରୁ ଏହା ଖୁବ୍ ଉଜ୍ଜଳ ଦେଖାଯାଏ । ସାଧାରଣ ଭାବେ ଏହାକୁ ସନ୍ଧ୍ୟାତାରା କିମ୍ବା ପାହାନ୍ତି ତାରା କହନ୍ତି । କିନ୍ତୁ ଏହା ତାରା ନୁହେଁ । ସୂର୍ଯ୍ୟାସ୍ତ ପରେ ଅଥବା ସୂର୍ଯ୍ୟୋଦୟ ପୂର୍ବରୁ ଦୁଇତିନି ଘଣ୍ଟା ପର୍ଯ୍ୟନ୍ତ ପ୍ରାୟ 47° ଦିଗବଳୟ ମଧ୍ୟରେ ଏହାକୁ ଦେଖିହେବ ।


ପୃଥିବୀ :

ଆମ ନିଜଘର ପୃଥିବୀ ଅଦ୍ୟାବଧି ଆବିଷ୍କୃତ ସୌରଜଗତର ଏକମାତ୍ର ବସତିଯୋଗ୍ୟ ଆଶ୍ରୟସ୍ଥଳୀ । ପୃଥିବୀର ସ୍ଥଳଭାଗକୁ ଭୂମଣ୍ଡଳ, ଜଳଭାଗକୁ ବାରିମଣ୍ଡଳ ତଥା ସମସ୍ତ ପ୍ରାଣୀ ଓ ଉଭିଦକୁ ଜୈବମଣ୍ଡଳ କୁହାଯାଏ । ପ୍ରାଣୀ ଓ ଉଭିଦମାନେ ଭୂମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳରେ ବିକ୍ଷିପ୍ତ ଭାବେ ରହିଛନ୍ତି । ଅନୁକୂଳ ବାୟୁ, ଜଳ, ଭୂଭାଗ ଓ ଉପଯୁକ୍ତ ପରିମାଣର ସୂର୍ଯ୍ୟାଲୋକ ହିଁ ଏହି ଜୈବମଣ୍ଡଳର ବୃଦ୍ଧି ଓ ବିକାଶରେ ସହାୟକ ହୋଇଛି । ଏହାଛଡ଼ା ଜୈବମଣ୍ଡଳର ସ୍ଥିତି ମଧ୍ୟ ଜୀବ,ଜୀବ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ତଥା ଜୀବ ଓ ପରିବେଶ ମଧ୍ୟରେ ଥିବା ଭାରସାମ୍ୟ ଉପରେ ନିର୍ଭର କରେ । ମହାକାଶରୁ ଦେଖୁଲେ ପୃଥିବୀ ନୀଳ-ସବୁଜ ମିଶ୍ରିତ ଏକ ଗୋଲକପିଣ୍ଡ ପରି ଦେଖାଯାଏ । ସମ୍ଭବତଃ ଏଠାରେ ଥିବା ଜଳ ଓ ସ୍ଥଳଭାଗ ଉପରେ ସୂର୍ଯ୍ୟାଲୋକ ଆପତିତ ହୋଇ ବାୟୁମଣ୍ଡଳକୁ ପ୍ରତିଫଳିତ ହେବା ଯୋଗୁଁ ଏଭଳି ବର୍ଣ୍ଣ ଉତ୍ପନ୍ନ ହୁଏ । ପୃଥିବୀରେ ବର୍ଷକ ମଧ୍ୟରେ ଛଅଟି ଋତୁ ଅନୁଭୂତ ହୁଏ । ଏହାର ବିଷୁବତଳୀୟ ସମତଳ(equatorial plane), କକ୍ଷତଳୀୟ ସମତଳ (ortital plane) ସହ ପ୍ରାୟ 23.5° ଆନତ ହୋଇ ରହିଥିବାରୁ ଏପରି ଋତୁ, ପରିବର୍ତ୍ତନ ସମ୍ଭବ ହୋଇଛି ।


ମଙ୍ଗଳ :

ପୃଥିବୀ କକ୍ଷ ପଥ ବାହାରେ ଏହା ପ୍ରଥମ ସୌରଗ୍ରହ । ଏହାର ପୃଷ୍ଠଦେଶ ଲାଲ ରଙ୍ଗର ପଥର ଓ ବାଲି ରେ ଗଠିତ । ବାୟୁ ମଣ୍ଡଳ ପତଳା କାର୍ବନ ଡାଇଅକ୍ସାଇଡ଼ (CO2)ରେ ପରିପୂର୍ଣ । ରାତି ଆକାଶରେ ଆମକୁ ଏହାର ରଙ୍ଗ ଲାଲ ଦେଖାଯାଏ। ଗ୍ରହମାନଙ୍କ ମଧ୍ୟରୁ ମଙ୍ଗଳ ଉପରେ ଅଧିକ ଗବେଷଣା କରାଯାଇଛି । ପୃଥିବୀ ସହିତ ଏହାର ଅନେକ ସାମଞ୍ଜସ୍ୟ ଅଛି । ପୃଥିବୀ ଓ ମଙ୍ଗଳ ଗ୍ରହରେ ଗୋଟିଏ ଦିନର ଅବଧି ପ୍ରାୟ ସମାନ । ମଙ୍ଗଳର ଅକ୍ଷ ତା’ର କକ୍ଷତଳ ସହ ପ୍ରାୟ 23.98°ଢ଼ଳି ରହିଛି । ଏଣୁ ପୃଥିବୀ ପରି ମଙ୍ଗଳରେ ବି ଋତୁ ପରିବର୍ଭନ ହେଉଥିବ । ଦୁଇଟି ରତୁ ପ୍ରାୟତଃ ଏଠି ଦେଖାଯାଏ, ଗ୍ରୀଷ୍ମ ଓ ଶୀତଋତୁ । ମଙ୍ଗଳର ଦୁଇଟି ଉପଗ୍ରହ ଡ଼ିମସ୍ ଓ ଫୋବସ୍ 1877 ମସିହାରୁ ଆବିଷ୍କୃତ ହୋଇସାରିଛି ।


ବୃହସ୍ପତି :


ସୌରଜଗତର ବୃହତ୍ତମ ଗ୍ରହ ବୃହସ୍ପତିର ପୃଷ୍ଠଦେଶ
ମୁଖ୍ୟତଃ ଗ୍ୟାସ୍ ଓ ତରଳ ପଦାର୍ଥରେ ଗଠିତ । ଏହା
ଏତେ ବଡ଼ ଯେ ଏହାର ଆୟତନ ପୃଥିବୀ ଭଳି ପ୍ରାୟ
1300 ଟି ଗ୍ରହର ଏକତ୍ର ଆୟତନ ସହ ସମାନ ହେବ ।
ବୃହସ୍ପତି ତଥା ଅନ୍ୟାନ୍ୟ ବହିଃଗ୍ରହଗୁଡ଼ିକର ଅନେକ ଉପଗ୍ରହ
ଅଛନ୍ତି । ବୃହସ୍ପତିର 63ଟି ଉପଗ୍ରହ ମଧରୁ ସାଧାରଣ
ଦୂରବୀକ୍ଷଣ ଯନ୍ତ୍ରରେ ବଡ଼ବଡ଼ 4ଟି ଉପଗ୍ରହ ଦେଖୁହୁଏ ।
ଗୋଟିଏ କ୍ଷୀଣ ବଳୟ ଏହି ଗ୍ରହକୁ ପରିକ୍ରମଣ କରୁଛି
ବୋଲି 1979 ମସିହାରୁ ଜଣାପଡ଼ିଛି । ଆକାରରେ ଏତେ
ବିରାଟ ହେଲେ ବି ବୃହସ୍ପତି ନିଜ ଅକ୍ଷ ଚାରିପଟେ ସବୁଠାରୁ
ଦ୍ରୁତ ବେଗରେ ଘୁର୍ଣ୍ଣନ କରେ । ଏହାର ଆବର୍ତ୍ତନ କାଳ
ପ୍ରାୟ ୨ ଘଣ୍ଟା 55 ମିନିଟ୍ । ଏହାର ଅର୍ଥ ହେଉଛି ଯେ
ପ୍ରତ୍ୟହ ଏଠାରେ ଦିନ ରାତିର ଅବଧି କମ୍ । ବୃହସ୍ପତିକୁ
ଦୂରବୀକ୍ଷଣରେ ଦେଖିଲେ ଏହାର ଦକ୍ଷିଣ ଗୋଲାର୍ଦ୍ଧରେ
ଏକ ବିରାଟ ଲାଲ ଦାଗ (giant red spot) ଦେଖିହେବ ।
ବୃହସ୍ପତିର ମାଧ୍ୟାକର୍ଷଣ ପୃଥିବୀର ମାଧ୍ୟାକର୍ଷଣର ପ୍ରାୟ
2.64 ଗୁଣ । ଏବେ ଭାବିଦେଖ ତୁମେ ସେଠାରେ ସଳଖ
ଭାବରେ ଠିଆ ହୋଇ ପାରିବ ତ !!


ଶନି :


ଇଷତ୍ ପୀତରଙ୍ଗର ଗ୍ରହ ଶନି ଆୟତନରେ ସୌରଜଗତର ଦ୍ବିତୀୟ ବୃହତ୍ତମ ଗ୍ରହ । ସମଗ୍ର ଗ୍ରହଟି ହାଇଡ୍ରୋଜେନ୍, ହିଲିୟମ୍, ଏମୋନିଆ, ମିଥେନ ପରି ଗ୍ୟାରେ ପୂର୍ଣ୍ଣ । ଅଦ୍ୟାବଧି ଆବିଷ୍କୃତ ଏହାର 60ଟି ଉପଗ୍ରହ ମଧ୍ୟରୁ ଟାଇଟାନ୍ (titan) ବୃହତ୍ତମ ଅଟେ । ଶନିର ଅନେକ ବଳୟ ରହିଛି । ଏହି ବଳୟ ଗୁଡ଼ିକ ଅତିକ୍ଷୁଦ୍ର ପଥର,ବରଫକଣା ଓ ଧୂଳିକଣାକୁ ନେଇ ଗଠିତ । ଏମାନେ ଶନି
ଚାରିପଟେ ପତଳାଚକ୍ରି ଆକାରରେ ଘୂରୁଛନ୍ତି । ଗବେଷଣାରୁ
ଜଣାପଡ଼ିଛି ଯେ ଶନିର ସାନ୍ଦ୍ରତା ସୌରଜଗତର ଗ୍ରହମାନଙ୍କ
ମଧ୍ୟରେ ସବୁଠାରୁ କମ୍ । ଏପରିକି ଏହି ସାନ୍ଦ୍ରତା ଜଳର
ସାନ୍ଦ୍ରତାଠାରୁ ମଧ୍ୟ କମ୍ । ଆମେ ଯଦି ଶନିକୁ ଏକ କାଳ୍ପନିକ
ପ୍ରକାଣ୍ଡ ସମୁଦ୍ର ମଧ୍ୟରେ ନିକ୍ଷେପ କରିବା, ତାହା ସେଠାରେ
ବୁଡ଼ି ନଯାଇ ଭାସିପାରେ ।


ସୌର ଜଗତଗ କଣ ? What is our solar system in odia
ଶନିର ସମୁଦ୍ରରେ ଭାସିବା କଳ୍ପନା




 


ୟୁରେନସ୍ ;


ୟୁରେନସ୍ 1781 ମସିହାରେ ଉଇଲିୟମ୍ ହଟେଲଙ୍କ ଦ୍ଵାରା ଆବିଷ୍କୃତ ହୋଇଥିଲା । ଏହା ସୌରଜଗତର ସବୁଜ ଗ୍ରହ । ଏହି ସବୁଜ ରଙ୍ଗ ଏଠାରେ ଥିବା ମିଥେନ୍ ଓ ଏମୋନିଆ ପାଇଁ ଦେଖାଯାଏ । ଏହାର ପ୍ରାୟ ଦଶଟି କ୍ଷୀଣବଳୟ 1977 ମସିହାରୁ ଆବିଷ୍କୃତ
ହେଲାଣି । ସମଗ୍ର ଗ୍ରହରେ କଠିନ ଅଂଶ କିଛି ନାହିଁ ।
ଏହି ଗ୍ରହର ଗୋଟିଏ ସ୍ୱାତନ୍ତ୍ର୍ୟ ହେଉଛି ଯେ ଏହା ଶୁକ୍ରଭଳି
ପୂର୍ବରୁ ପଶ୍ଚିମକୁ ଘୂର୍ଣ୍ଣନ କରେ ଓ ଏହାର ଅକ୍ଷ, କକ୍ଷତଳୀୟ
ସମତଳ ସହ ପ୍ରାୟ 98 ଢ଼ଳେଇ ରହିଥାଏ । ଏଣୁ ଏହା
ଓଲଟି ପଡ଼ିଥିବା ନଟୁ ପରି ଗଡ଼ିଗଡ଼ି ଘୂରେ ।





ସୌର ଜଗତଗ କଣ ? What is our solar system in odia

 ୟୁରେନସ୍‌ର ଓଲଟା ନଟୁ ପରି ଘୂର୍ଶନ












ନେପଚ୍ୟୁନ୍ :


1846 ମସିହାରେ ଗଟ୍ ଫ୍ରିଡ୍ ଗାଲେଙ୍କ ଦ୍ଵାରା
ଆବିଷ୍କୃତ ନେପଚ୍ୟୁନ୍ ଅଧୁନା ସୌରଜଗତର ଦୂରତମ
ଗ୍ରହ । ଏହାର ଛଅଗୋଟି ବଳୟ ଅଛି ବୋଲି 1989
ମସିହାରୁ ଜଣାପଡ଼ିଛି । ବାୟୁମଣ୍ଡଳ ମୁଖ୍ୟତଃ ମିଥେନରେ
ଭରା । ତେଣୁ ଏହା ନୀଳବର୍ଣ୍ଣ ଦେଖାଯାଏ । ସୂର୍ଯ୍ୟଠାରୁ
ଅନେକ ଦୂରରେ ଥିବାରୁ ଏହା ଏକ ହିମ-ଗୋଲକ ରୂପେ
ପ୍ରତୀୟମାନ ହୁଏ । ଏହାର ପୃଷ୍ଠର ତାପମାତ୍ରା ପ୍ରାୟ
-237°C । ଗ୍ରହମାନଙ୍କ ମଧ୍ୟରେ ଏହାର ପରିକ୍ରମଣ କାଳ
ସର୍ବାଧିକ ଓ ଏହା ପ୍ରାୟ ଆମର 165 ବର୍ଷ ସହ ସମାନ ।



Also read this article
Is there any hidden earth in our solar system






Thank you 



Please Select Embedded Mode To Show The Comment System.*

Previous Post Next Post